୧୨ ଘଣ୍ଟିଆ ବରଗଡ଼ ବରଗଡ଼ ବନ୍ଦ
କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା । ଯୁବତୀଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସଚେତନ ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ପ୍ରକାଶଥାଉକି, ଗତ ୧୨ତାରିଖ ଧନୁଯାତ୍ରା ଦେଖିବାକୁ ଆସିଥିବା ବେଳେ ପୀଡିତା ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବାର ପ୍ରାୟ ୪୮ ଘଣ୍ଟା ପରେ ଅର୍ଥାତ୍ ଗତ ୧୪ତାରିଖ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର ହୋଇଥିଲେ। ତାଙ୍କୁ ଅପହରଣ କରି ବଳାତ୍କାର ଏବଂ ହତ୍ୟା ଉଦ୍ୟମ ହୋଇଥିବା ନେଇ ପୀଡିତାଙ୍କ ମା’ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଛି। ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବରଗଡ଼ ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିବା ନେଇ ସୂଚନା ଦେଇଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ସର୍ଜନ ଡନସେନା, ପ୍ରହଲ୍ଲାଦ ଦାସ ଓ ଜୟକୃଷ୍ଣ ଡନସେନା । ସର୍ଜନ ଓ ପ୍ରହଲ୍ଲାଦ ବିଜେପୁର ବ୍ଲକ ପୁଟକା ଗାଁର ହୋଇଥିବା ବେଳେ, ଜୟକୃଷ୍ଣ ପଦ୍ମପୁର ଉପଖଣ୍ଡ ଜଗଦଳପୁର ଡ଼ୁମାଭଟା ଗାଁର ହୋଇଥିବା ଜଣା ପଡ଼ିଛି ।
