କଂଗ୍ରେସ ଛାଡିଲେ ପାରାଦୀପର ବାପି ସର୍ଖେଲ

କଂଗ୍ରେସ ଛାଡିଲେ ବାପି ସର୍ଖେଲ

କଂଗ୍ରେସ ଛାଡିଲେ ବାପି ସର୍ଖେଲ । ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି, ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ଭାଇ, ଭଉଣୀ, ଗୁରୁଜନମାନେ ମୋ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ମୋ ସହ ସୁଖରେ ଦୁଃଖରେ ଅଛନ୍ତି । ତେବେ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମଧ୍ୟ ସେମାନଙ୍କ ପାଇଁ ସେ ପ୍ରତିଟି କାର୍ୟ୍ୟରେ ସଦା ସର୍ବଦା ନିୟୋଜିତ କରିବେ । ସୂଚନାଅନୁସାରେ, ପାରାଦୀପର ଟାଣୁଆ ନେତା ତଥା କଂଗ୍ରେସର ପୂର୍ବତନ ବିଧାୟକ ବାପି ସର୍ଖେଲଙ୍କ ପତ୍ନୀ ମୋନୀଦୀପା ସର୍ଖେଲ ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହେଇଥିଲେ । ଏପରିକି ଏହାପରେ ବିଜେଡି ଦଳୀୟ କାର୍ୟ୍ୟାଳୟରେ ମଧ୍ୟ ବାପି ସର୍ଖେଲଙ୍କୁ ଦେଖିବାକୁ ମିଳିଥିଲା । କୁହାଯାଉଥିଲା ସେ ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଇପାରନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସେ ବିଜେଡିରେ ସାମିଲ ହେବା ନେଇ କୌଣସି ବି ସୂଚନା ଦେଇନାହାଁନ୍ତି ।