ଗ୍ରାହକଙ୍କ ପ୍ରତିବାଦ ପରେ ଚେତିଲା RBI

ଏଥର ବ୍ୟାଙ୍କ ନେବ ଚିରାଫଟା ନୋଟ୍

ଚିରାଫଟା ନୋଟ୍ ବଦଳାଇବାକୁ ନେଇ ଦେଖାଦେଇଥିବା ବିବାଦ ପରେ ଚେତିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବଜାରକୁ ଆସିଛି ବ୍ୟାଙ୍କ । ହାଟ ବଜାରରେ ଲାଗୁଛି ବ୍ୟାଙ୍କର କ୍ୟାମ୍ପ । ଫଳରେ ସହଜରେ ବଦଳାଇ ହେବ ଚିରାଫଟା ନୋଟ୍ । ଏଣିକି ନୋଟ୍ ବଦଳାଇବା ପାଇଁ ବିଭିନ୍ନ ବ୍ୟାଙ୍କର କ୍ୟାମ୍ପ ଲାଗୁଛି । ରାଜଧାନୀର ୮ ନମ୍ବର କଲ୍ୟାଣୀ ମାର୍କେଟକୁ ଆସିଛି କାନାଡା ବ୍ୟାଙ୍କ । ଯାହା ଫଳରେ ଏଠାର ସହଜରେ ଚିରାଫିଟା ନୋଟ୍ ବଦଳାଇଛନ୍ତି ଗ୍ରାହକ । ଏହି ନିୟମ ପୂର୍ବରୁ ଥିଲେ ମଧ୍ୟ ବ୍ୟାଙ୍କ ଗୁଡିକ ସଠିକ୍ ଭାବରେ ଏହାର ପାଳନ କରୁନଥିଲେ । ଦୁଇ ଦିନ ତଳେ ରାଜଧାନୀ ସ୍ଥିତ ରିଜର୍ଭ ବ୍ୟାଙ୍କ ସାମ୍ନାରେ ଗ୍ରାହକମାନେ ପ୍ରତିବାଦ କରି ଚିରାଫଟା ୫ ଶହ ଟଂକା, ୨ ଶହ ଟଂକା ଓ ଶହେ ଟଂକା ନୋଟ୍ ଉଡାଇଥିଲା । ବ୍ୟାଙ୍କର ନୋଟ୍ ବଦଳାଇବାକୁ ଆସିଥିଲେ । କିନ୍ତୁ ନୋଟ ବଦଳାଇ ନହେବାରୁ ଟଂକା ଉଡାଇଥିଲେ ଅସନ୍ତୁଷ୍ଟ ଲୋକେ । ଚିରାଫଟା ନୋଟ୍ ବଦଳାଇବାକୁ ବ୍ୟବସ୍ଥା ଥିବା ବେଳେ କାହିଁକି ରିଜର୍ଭ ବ୍ୟାଙ୍କ ଏହାକୁ ବଦଳାଇବାକୁ ମନା କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ଗ୍ରାହକ । ଏହି ଘଟଣା ପରେ ଏବେ ତତ୍ପରତା ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ । ଯେଉଁ ବ୍ୟାଙ୍କ ଗ୍ରାହକଙ୍କୁ ପୁରୁଣା ନୋଟ୍ ବଦଳ କରୁନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏନଫୋର୍ସମେଂଟ ଟିମ୍ ଯାଂଚ କରିବ ବୋଲି ଆରବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।