ଆଜି ବନକଲାଗି ନୀତି

ଶ୍ରୀମନ୍ଦିରରେ ସାଢେ ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ

ଆଜି ବନକଲାଗି ନୀତି। ସାଢେ ଚାରି ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀବିଗ୍ରହମାନଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ପାଇଁ ଦର୍ଶନ ବନ୍ଦ ରହିବ । ରଥଯାତ୍ରା ପରେ ଶ୍ରୀଜୀଉଙ୍କର ବନକଲାଗି ନୀତି କରାଯାଇଥାଏ । ଯେହେତୁ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ପରେ ବନକଲାଗି ନୀତି ଅନୁଷ୍ଠିତ ହୋଇନାହିଁ ସେଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି କରାଯିବ। ସନ୍ଧ୍ୟା ସାଢେ ୬ ଟାରୁ ରାତି ୧୧ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ଏହି ସମୟରେ ଧୈର୍ଯ୍ୟ ରଖି ସହଯୋଗ କରିବାକୁ ଅନୁରୋଧ କରିଛି। ରାତି ୧୧:୦୦ ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।