ବନକଲାଗି କରିବାକୁ ଅଡ଼ିବସିଲେ ସେବାୟତ

ପ୍ରଶାସନ – ସେବାୟତଙ୍କ ମଧ୍ୟରେ ତୁଟୁନି ବିବାଦ

କେବେ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ପ୍ରଶାସନ ଓ ସେବାୟତଙ୍କ ସମନ୍ବୟ ଆଭାବରୁ ମହାପ୍ରଭୁଙ୍କ ହୋଇପାରୁନି ବନକଲାଗି ନୀତି । ବୁଧବାର  ହୋଇପାରିନି ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ର ସେବକଙ୍କ ଭିତରେ ବିବାଦ ଜାରି ରହିଥିବାରୁ ହୋଇପାରିନି ବନକଲାଗି ନୀତି । ଆଜି ବନକଲାଗି କରିବାକୁ ଅଡ଼ି ବସିଛନ୍ତି ଦତ୍ତ ମହାପାତ୍ର । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା । ଏଭଳି ବାଦବିବାଦ ଭିତରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି । ଅନ୍ୟପକ୍ଷରେ ବନକଲାଗି କରିନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ର ସେବକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପକ୍ରିୟା ଆରମ୍ଭ କରିଛି । ଏଥିସହ ବିକଳ୍ପ ଭାବେ ଶୁଦ୍ଧ ସୁଆରଙ୍କ ଜରିଆରେ ବନକଲାଗି କରିବାକୁ ଯୋଜନା କରିଛି । ଯଦି ଦତ୍ତ ମହାପାତ୍ର ସେବକ ବନକଲାଗି ନ କରନ୍ତି, ଆମେ ଶୁଦ୍ଧ ସୁଆରଙ୍କ ଜରିଆରେ ବନକଲାଗି କରି ପାରିବୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି । ପ୍ରତିବର୍ଷ ନୀଳାଦ୍ରି ବିଜେର ସାତ ଆଠ ଦିନ ଭିତରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି କରାଯାଇଥାଏ ।ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତ ମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । କିନ୍ତୁ ଚଳିତବର୍ଷ ଜୁଲାଇ ୧ରୁ ନୀଳାଦ୍ରି ବିଜେ ଶେଷ ହୋଇଥିଲେ ବି ୨୬ ଦିନ ପରେ ବନକଲାଗି ସଂପନ୍ନ ହୋଇପାରିନି ।