ଶ୍ରୀମନ୍ଦିରରେ ପଲିଥିନ ବ୍ୟାନ
ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷେପ। ପ୍ରାକୃତିକ ବସ୍ତୁରେ ପ୍ରସ୍ତୁତ ସାମଗ୍ରୀ ଯଥା ଚାଙ୍ଗୁଡ଼ି, ବ୍ୟାଗ ମାଧ୍ୟମରେ ଫୁଲ ଓ ଭୋଗ ସାମଗ୍ରୀ ଶ୍ରୀମନ୍ଦିରକୁ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ମହାପ୍ରସାଦ ଓ ଭୋଗକୁ ପତ୍ର କିମ୍ବା କୋଡୁଆରେ ଦେବା ପାଇଁ ସୁଆର ମହାସୁଆର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ ହେବା ସହ ପାନଗୁଟୁକା ଉପରେ ଲାଗିବ କଟକଣା । ଏଥିସହିତ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ମଧ୍ୟ ନିସ୍ପତି ନିଆଯାଇଛି । ପ୍ରସାଦ ହେଉ କି ଫୁଲ ହେଉ ପଲିଥିନରେ ମନ୍ଦିରକୁ ଯାଇପାରିବ ନାହିଁ । ଭୋଗ ଏବଂ ଫୁଲ ମନ୍ଦିରକୁ ନେବା ପାଇଁ ଫୁଲଚାଙ୍ଗୁଡି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।