ସାପ ଧରିଲେ ଗଣିବେ ଜରିମାନା !
ସାପ ଧରୁଛନ୍ତି କି ? ଯଦି ଧରୁଛନ୍ତି ତେବେ ଆପଣ କଣ ବନ ବିଭାଗର କର୍ମଚାରୀ କି ? ଏଥିପାଇଁ ଆପଣ ତାଲିମ ନେଇଛନ୍ତି କି? ଯଦି ନା ତେବେ ସାବଧାନ ହୋଇ ଯାଅନ୍ତୁ । କାହିଁକି ନା ସାପ ଧରିଲେ ଏବେ ଗଣିବେ ଜରିମାନା । ସାପ ଧରାଳିଙ୍କ ପାଇଁ ଆସିଛି ନୂଆ ନିୟମ । ବିନା ବନ ବିଭାଗର ସଦସ୍ୟ ହୋଇ ସାପ ଧରି ଜଙ୍ଗଲରେ ଛାଡୁଥିଲେ ସାବଧାନ ହୋଇ ଯାଆନ୍ତୁ କାହିଁକି ନା ଏବେ ଜଙ୍ଗଲ ଓ ପରିବେଶ ବିଭାଗ ସାପ ଧରାଳୀଙ୍କ ପାଇଁ ଜାରି କରିଛି ନିର୍ଦ୍ଦେଶାବଳୀ ।
ସାପ ଧରିବାକୁ ହେଲେ ପ୍ରଥମେ ସେମାନଙ୍କୁ ସରକାରଙ୍କ ନିକଟରେ ପଞ୍ଜିକରଣ କରିବାକୁ ହେବ । ଜଙ୍ଗଲ ବିଭାଗ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିବ । ସାପକୁ ଧରିବା ପରେ ଜଙ୍ଗଲରେ ଛାଡିବାକୁ ପଡିବ । ଏକାଧିକ ସାପ ଉଦ୍ଧାର ହୋଇଥିଲେ ଗୋଟିଏ ସ୍ଥାନରେ ସାପ ନଛାଡିବାକୁ କୁହାଯାଇଛି । କିନ୍ତୁ ସାପ ଧରିବା ବେଳେ ସାପର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାପଧରାଳିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଟୁଲ କିଟ୍ ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।
ସବୁଠୁ ବଡ କଥା ହେଲା କି ସାପ ଧରାଳିଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇନଥିବ । ଏହା ସହ ସାପଧରାଳିଙ୍କୁ ପିଭିସି ପାଇପ, ବ୍ୟାଗ, ଫାଷ୍ଟ ଏଡ କିଟ୍, ଟର୍ଚ୍ଚ, ସାପ କାମୁଡା ବ୍ୟାଣ୍ଡେଡ୍, ସାପ ଧରା ହୁକ, ଫ୍ରେମ ଲାଗିଥିବା କପଡା ବ୍ୟାଗ୍ ଆଦି ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ରହିଛି ।