ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

ନଭେମ୍ବର ୧୫ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ଚଳଚଞ୍ଚଳ ହେବ ଐତିହାସିକ ବାଲିଯାତ୍ରା ପଡିଆ । ଐତିହାସିକ ଗଡଗଡ଼ିଆ ଘାଟରେ ମେଲିବ ପୂର୍ବଭାରତର ସର୍ବବୃହତ ଟ୍ରେଡ ଫେୟାର । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛି କଟକ ଜିଲ୍ଲା ପ୍ରଶାସନ । ଚଳିତ ଥର ନଭେମ୍ବର ୧୫ରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବୁଧବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଚଳିତ ବର୍ଷ ବୃଦ୍ଧି ପାଇବ ବାଲିଯାତ୍ରାର କଳେବର । ବୁଧବାର,ଶୁକ୍ରବାର ଓ ରବିବାର ଭିଡକୁ ନେଇ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରଥମ ଥର ବାଲିଯାତ୍ରା ପଡିଆରେ ରହିବ ଗ୍ରୀନ କରିଡର । ବଢିବ ପାର୍କିଂ ସ୍ଥଳ ସଂଖ୍ୟା । ବାଲିଯାତ୍ରା ପଡିଆରେ ରହିବ ୫ଟି ଆମ୍ବୁଲାନ୍ସ । ଓରମାସ୍ ଷ୍ଟଲ ସଂଖ୍ୟା ୫ଶହକୁ ବୃଦ୍ଧି ପାଇବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ ।

Leave a Reply

Your email address will not be published. Required fields are marked *