ଦିଲ୍ଲୀ ଏମ୍ସରେ ଚାଲିଛି ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା

ବଳଙ୍ଗା ପୀଡିତା ଗୁରୁତର : ଦିଲ୍ଲୀ ଏମ୍ସ

ବଳଙ୍ଗା ପୀଡିତା ଗୁରୁତର ଥିବା କହିଛି ନୂଆଦିଲ୍ଲୀ ସ୍ଥିତ ଏମ୍ସ । ବଳଙ୍ଗା ଛାତ୍ରୀ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲା ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତେବେ ଦିଲ୍ଲୀ ଏମ୍ସ ରୋଗୀଙ୍କୁ ଗ୍ରହଣ କଲା ପରେ ରୋଗୀ ବର୍ଣ୍ଷ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକରେ ଆଡମିଟ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛି । ଯେଉଁଥିରେ ପିଡୀତା ଗୁରୁତର ଉଲ୍ଲେଖ କରିବା ସହ ଅକ୍ସିଜେନ ସପୋର୍ଟରେ ଅଛି ବୋଲି ମଧ୍ୟ ଦିଲ୍ଲୀ ଏମ୍ସ କହିଛି ।ପ୍ରକାଶଯୋଗ୍ୟ, ଗ୍ରୀନ୍ କରିଡର ଜରିଆରେ ଭୁବନେଶ୍ୱର ଏୟାର ପୋର୍ଟ ନିଆଯାଇ ପୀଡିତାଙ୍କୁ ଦିଲ୍ଲୀ ନିଆଯାଇଥିଲା । ସେପଟେ ଘଟଣାର ୩୬ ଘଣ୍ଟା ପରେ ନା ଅଭିଯୁକ୍ତ ଗିରଫ ହୋଇଛନ୍ତି ନା ଚିହ୍ନଟ ହୋଇଛନ୍ତି। ଆଜି ଖୋଦ୍ ଡିଜି ଘଟଣା ସ୍ଥଳକୁ ଯାଇଥିଲେ । ସେପଟେ ଏ ଘଟଣାକୁ ନେଇ ବିଜେପି ସରକାରକୁ ଘେରିଛି ବିଜେଡି। । ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ଆଜି ବଳଙ୍ଗା ଥାନା ଘେରାଉ କରାଯାଇଥିଲା।