ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ

ଜନ୍ମବେଦୀ ଛାଡ଼ି ବହୁଡ଼ିବେ ଶ୍ରୀଜିଉ

ସରିଲା ଜନ୍ମବେଦୀରେ ଲୀଳାଖେଳା । ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ । ପରମ୍ପରା ଅନୁସାରେ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ଦିନ ୧୨ଟାରେ ପହଣ୍ଡି ଆରମ୍ଭ ହେବ । ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *