ବଢିପାରେ ଗିରଫଦାରୀ ସଂଖ୍ୟା

ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲା

ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା । ଆଜି ରିମାଣ୍ଡରେ ତୃତୀୟ ଦିନରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗୁଡେଇ ତୁଡେଇ ଜେରା କରିଛି ୫ ଜଣିଆ ଟିମ । ସେପଟେ ଷ୍ଟେସନ ମାଷ୍ଟରକୁ ସିବିଆଇରେ ହାଜର ହେବାକୁ କୁହାଯାଇଥିବା ଜଣାପଡିଛି । ତେଣେ ଟ୍ରେନ ଟ୍ରାଜେଡି ମାମଲାରେ ଆଉ କାହାର ସଂପୃକ୍ତି ରହିଛି , ଅବହେଳା ଯୋଗୁଁ ନା ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାକୁ ନେଇ ଖୋଳତାଡ କରୁଛି ସିବିଆଇ । ତୃତୀୟ ଦିନ ଜେରାରେ ଷଡଯନ୍ତ୍ର ଦିଗରେ ତନାଘନା କରୁଛି ଟିମ । ସିଆରଏସ ରିପୋର୍ଟରେ ଷ୍ଟେସନ ମ୍ୟାନେଜର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେଣୁ ସିବିଆଇ ସମନ କରିଛି । ତେବେ ଆଗକୁ ଆଉ କାହାର ପାଳି ପଡୁଛି । ଏ ମାମଲାରେ ଗିରଫ ଦାରୀ ସଂଖ୍ୟା ବଢିପାରେ ବୋଲି ଚର୍ଚ୍ଚା ହେଉଛି ।