ୱକଫକୁ ନେଇ ସସ୍ମିତଙ୍କୁ ଟାର୍ଗେଟ୍ କଲେ ବଦ୍ରି ନାରାୟଣ ପାତ୍ର

ଦଳ ଏବେ ଧର୍ମ ସଙ୍କଟରେ: ବଦ୍ରି ନାରାୟଣ ପାତ୍ର

ରାଜ୍ୟସଭାରେ ୱାକଫ୍ ବିଲ ସମର୍ଥନରେ ବିଜେଡି ସାଂସଦଙ୍କ ଭୋଟ ପ୍ରସଙ୍ଗକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ମାମଲାକୁ ନେଇ ଶୁକ୍ରବାର ସୁପ୍ରିମୋଙ୍କୁ ଭେଟିଥିଲେ ଦଳର ବରିଷ୍ଠ ନେତା । ସେହିପରି ଆଜି ବଦ୍ରି ନାରାୟଣ ପାତ୍ର କହିଛନ୍ତି ଦଳ ଏବେ ଧର୍ମ ସଙ୍କଟରେ ରହିଛି । ୱକଫକୁ ନେଇ ସସ୍ମିତଙ୍କୁ ଟାର୍ଗେଟ୍ କଲେ ବଦ୍ରି ନାରାୟଣ ପାତ୍ର । କହିଲେ, ଦଳୀୟ ନିଷ୍ପତ୍ତିକୁ ପରିବର୍ତ୍ତନ କରିବାର କ୍ଷମତା ସସ୍ମିତଙ୍କ ପାଖରେ ନାହିଁ । ଦଳର ମର୍ଯ୍ୟାଦା ଉପରେ ଆଞ୍ଚ ଆସିଛି । ସେ ଆହୁରି କହିଛନ୍ତି, ୱକଅଫକୁ ନେଇ ଦଳରେ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି । ସନ୍ଦେହ ରହୁଛି, ପ୍ରଫୁଲ୍ଲ ସାମଲ ଏନେଇ ଆକ୍ସନ ମଧ୍ୟ ଦାବି କରିଛନ୍ତି ।ବଦ୍ରି ନାରାୟଣ ପାତ୍ର ଆହୁରି କହିଛନ୍ତି, କେଉଁଠୁ ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟ ନିଷ୍ପତ୍ତି ଦେଇଥିଲେ ହେଲେ ଶେଷ ମୁହୂର୍ତ୍ତରେ ଏହା କିପରି ପରିବର୍ତ୍ତନ ହେଲା । ବର୍ତ୍ତମାନ ଦଳ ସଙ୍କଟରେ ଅଛି ବୋଲି ମଧ୍ୟ ବଦ୍ରି ପାତ୍ର ଦାବି ରଖିଛନ୍ତି ।

Leave a Reply

Your email address will not be published. Required fields are marked *