ବ୍ୟାସନଗରର ଏକ ସପିଙ୍ଗମଲରୁ ଶିଶୁକନ୍ୟା ଉଦ୍ଧାର !

ଯାଜପୁରରେ ଚାଲିଛି କି ଶିଶୁ ଚୋରାଚାଲାଣ !

ସପିଙ୍ଗମଲରୁ ୭ମାସର ଶିଶୁକନ୍ୟା ଉଦ୍ଧାର। ଏଭଳି ଅଭାବନୀୟ ଘଟନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଏକ ଘରୋଇ ସପିଙ୍ଗ୍ ମଲରେ । ଶିଶୁକନ୍ୟାଟିର ବୟସ ପାଖାପାଖି ୭ରୁ ୮ମାସ ହୋଇଥିବା ବେଳେ ଶିଶୁଟିର ପରିଚୟ ମିଲିନି । ତେବେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଶିଶୁ ଟି କୁ ଧରି ସପିଙ୍ଗ ମଲ ରେ ବୁଲୁଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଥିଲା ।

ମଲ୍ କର୍ମଚାରୀ ଙ୍କ ସନ୍ଦେହ ହେବାରୁ ସେମାନେ ଉକ୍ତ ମହିଳା ଙ୍କୁ ଅଟକ ରଖି ଯାଜପୁର ରୋଡ଼ ପୋଲିସ କୁ ଖବର ଦେଇଥିଲେ। ପୋଲିସ ମଲରେ ପଂହଁଞ୍ଚି ମହିଳାଙ୍କ ସହିତ ଶିଶୁ କନ୍ୟାଟିକୁ ଥାନା କୁ ନେଇଥିଲା। ସେଠାରେ ସଂମ୍ପୃକ୍ତା ମହିଳା ଙ୍କୁ ପଚରା ଉଚୁରା କରିଥିଲା।ପରେ ଶିଶୁକନ୍ୟା ସହ ସମ୍ପୃକ୍ତା ମହିଳାଙ୍କୁ ଯାଜପୁର DCPO ଙ୍କ ଜିମା ଦେଇଛି ଯାଜପୁର ରୋଡ଼ ପୋଲିସ। ସେପଟେ ଯାଜପୁର ରୋଡ଼ ଥାନା ଅଧିକାରୀ ଅଧିକ ତଦନ୍ତ ଜାରି ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ।