ଲଗାଣ ବର୍ଷା ଦେଇଗଲା ଦୁଃଖ

କାନ୍ଥ ପଡ଼ି ଶିଶୁପୁତ୍ରର ମୃତ୍ୟୁ

କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢ଼ାଖମଣ ଗାଁରେ । ମୃତ ଶିଶୁ ହେଲେ କରୁଣା ମୁଣ୍ଡା। ଶୁକ୍ରବାର ରାତିରେ ମନ ମୁଣ୍ଡାଙ୍କ ପରିବାର ଘରେ ଖାଇପିଇ ଶୋଇଥିଲେ। ବିଳମ୍ବିତ ରାତିରେ ବର୍ଷାରେ ଭିଜିଥିବା ମାଟି କାନ୍ଥଟି ମା’ ପାଖରେ ଶୋଇଥିବା ଶିଶୁପୁତ୍ର କରୁଣାର ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।