ଚଳିତବର୍ଷର ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ
ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଆଉ ୨ ମାସ ବାକି ରହିଛି । କିନ୍ତୁ ଏହା ପୂର୍ବରୁ ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଚଳିତବର୍ଷର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏଥିରେ ବରଫରେ ନିର୍ମିତ ସ୍ବୟମ୍ଭୁ ଶିବଲିଙ୍ଗର ଅଦ୍ଭୁତ ଏବଂ ଅଲୌକିକ ରୂପ ଦେଖିବାକୁ ମିଳିଛି । ଏହି ଶିବଲିଙ୍ଗ ପାଖାପାଖି ୭ ଫୁଟ ଉଚ୍ଚ ରହିଛି । କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସ୍ଥିତି ପବିତ୍ର ଅମରନାଥ ଗୁମ୍ଫାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ଶିବଲିଙ୍ଗର ନିର୍ମାଣ ପ୍ରାକୃତିକ ଭାବେ ବରଫରେ ହୋଇଛି । ଯାହାହ ଶିବଭକ୍ତଙ୍କ ପାଇଁ ଏକ ଚମତ୍କାର ଅନୁଭୂତି । ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯାତ୍ରା ପାଇଁ ରାସ୍ତାରୁ ବରଫ ସଫା କରିବା କାମ ଆରମ୍ଭ ହୋଇଛି । ବରଫ କାଟି ଟ୍ରାକକୁ ଯାତ୍ରୀଙ୍କ ଚାଲିବା ପାଇଁ ସୁବିଧା କରିବା କାମ ଆରମ୍ଭ ହୋଇଯାଇଛି । ପ୍ରବଳ ବରଫଭରା ରାସ୍ତା ହୋଇଥିବାରୁ ସଫା ପାଇଁ ମଧ୍ୟ ସମୟ ଲାଗୁଛି ।
