ଦୁଇ ସପ୍ତାହରେ ଲାଗୁ ହେବ ଆୟୁଷ୍ମାନ ଯୋଜନା

ଦୁଇ ସପ୍ତାହ ଭିତରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା

ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ। ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଏହି ଯୋଜନା ଲୋକେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ। ପୂର୍ବ ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନଥିଲେ। ସେତେବେଳେ ମାତ୍ର ୯୦୦ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳୁଥିଲା ହେଲେ ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(‌‌ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହେବା ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଲୋକେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।  ଆଜି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମମାଟି କଟକ ଜିଲ୍ଲା ସତ୍ୟଭାମାପୁରରେ ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।