୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ

ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ୍ କାର୍ଡ

ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଘୋଷଣା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ଏହି ଯୋଜନାରେ ରାଜ୍ୟରେ ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା । କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ସେହିପରି ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା । ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସେହିପରି ୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିଲେ ବି ମିଳିବ ଏହି କାର୍ଡ । ସେହିପରି ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ବି ବୟୋ ବନ୍ଦନା କାର୍ଡ ମିଳିବ । ଜନସେବା କେନ୍ଦ୍ର କର୍ମଚାରୀ, ଆଶାକର୍ମୀ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ । ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।ବର୍ତ୍ତମାନର ସମସ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଏକକ କାର୍ଡ଼ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ । ନୂଆ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ବର୍ତ୍ତମାନର ସମସ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିଜାରୀ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ନିଜର ଆଧାର କାର୍ଡ଼/ବର୍ତ୍ତମାନ ପାଖରେ ଥିବା ସ୍ବାସ୍ଥ୍ୟ କାର୍ଡ଼ ନମ୍ବର ଦେଇ ଚିକିତ୍ସା ପାଇପାରିବେ । ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କର ନାମ www.nha.gov.in କିମ୍ବା www.gjay.gov.in ରୁ ମିଳିପାରିବ ।

ହିତାଧିକାରୀମାନେ http://beneficiary.nha gov.in କିମ୍ବା ଆୟୁଷ୍ମାନ ଆପରେ ଲଗଇନ୍ କରି ନିଜର ଇ-କେୱାଇ.ଟି କରିବେ । ହିତାଧିକାରୀ ନିଜେ ଅଧିକୃତ ସାଧାରଣ ସେବା କେନ୍ଦ୍ର (ଜନ ସେବା ନେତୁ) କୁ ଯାଇ ନିଜର କାର୍ଡ଼ ପ୍ରସ୍ତୁତ କରିପାରିବେ । ପଞ୍ଜିକରଣ ପଦ୍ଧତି ଚୟନ ନିଜଦ୍ୱାରା କିମ୍ବା ଅନ୍ୟର ସାହାଯ ହାଯ୍ୟରେ http://beneficiary.nha.gov.in ପୋର୍ଟାଲ କିମ୍ବା ଆୟୁଷ୍ମାନ ଆପ୍‌ରେ ଲଗ୍‌ଇନ୍ କରି ନିଜର ଇ-କେୱାଇ.ସି କରନ୍ତୁ । ଅନ୍ୟ ରାଜ୍ୟମାନଙ୍କର ପଞ୍ଜିକୃତ ସଂସ୍ଥା । ସେହି ପୋର୍ଟାଲ/ଆପରୁ ଏ.ଭି.ଭି.ୱାଇ କାର୍ଡ଼ ମିଳିଯିବ।

Leave a Reply

Your email address will not be published. Required fields are marked *