ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ପାଇଁ ସଚେତନତା

ଗତ ୨୪ଘଣ୍ଟାରେ ଆଉ ୯ଆକ୍ରାନ୍ତ ଚିହ୍ନଟ !

ଏବେ ପୁରା ଅସ୍ତବ୍ୟସ୍ତ କରିଲାଣି ସ୍କ୍ରବ ଟାଇଫସ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବେଳେ ସୁନ୍ଦରଗଡ ସତେ ଯେମିତି ପାଲଟିଛି ସ୍କ୍ରବ ଟାଇଫସର ହବ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୯ ଆକ୍ରାନ୍ତ । ୪୯ ଜଣଙ୍କ ରକ୍ତ ନମୂନାରୁ ୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସୁନ୍ଦରଗ଼ରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩୦୦ ପାର କରିଥିବା ଦ୍ଖିବାକୁ ମିଳିଛି । ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି । ତେବେ ଏହି ଘଟଣା ଏବେ ପୁରା ଜିଲ୍ଲାରେ ଆତଙ୍କ ଖେଳାଇଥିବା ବେଳେ ରୋଗକୁ ଭୟ ନକରି ସଚେତନ କରିବାକୁ ଡାକ୍ତର ପରମର୍ଶ ଦେଇଛନ୍ତି ।

ତେବେ ଡାକ୍ତରଙ୍କ ପରାମର୍ଶ ତଥା ଲୋକ ସଚେତନତା ପାଇଁ ସୁନ୍ଦରଗଡର ପ୍ରତ୍ଯେକ ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବାବେଳେ ବିଭିନ୍ନ ଛକ ଓ ହାଟରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି । ସେପଟେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପ୍ରସ୍ତୁତ ହୋଇ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ଗୁରୁତର ରୋଗୀଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଔଷଧ ଓ ଟେଷ୍ଟ କିଟ୍ ମହଜୁଦ୍ ରଖାଯାଇଛି । ବର୍ଷା ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ବର୍ଷା କମିଲେ ଧୀରେ ଧୀରେ କମିଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ମଝାପଡ଼ା ଓ ବାଲିଶଙ୍କରା ବ୍ଲକରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।