ରୋଗୀଙ୍କ ମୃତ୍ୟୁ, ଡାକ୍ତରଙ୍କୁ ନିସ୍ତୁକ ମାଡ଼
ରୋଗୀଙ୍କ ମୃତ୍ୟୁକୁ ନେଇ ମଦ୍ୟପ ଡାକ୍ତରଙ୍କୁ ନିସ୍ତୁକ ମାଡ଼ । ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ ମାରିଲେ ରୋଗୀଙ୍କ ସମ୍ପର୍କୀୟ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ । ଅଭିଯୋଗ ଅନୁସାରେ ଗତକାଲି ରାତିରେ ବଲାଙ୍ଗିର ସହର କନ୍ଧପାଲି ପଡ଼ାର ନିକୁ ବାରିକ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ହସପିଟାଲରେ ଭର୍ତି କରିଥିଲେ । ହେଲେ ରାତି ୧୧ ଟାରେ ନିକୁଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ଏପରିକି ଡ୍ୟୁଟିରେ ଥିବା ଡାକ୍ତର ମଦ ପିଇଥିବା ଅଭିଯୋଗ କରି ନିସ୍ତୁକ ମାଡ ମାରିଥିଲେ ରୋଗୀଙ୍କ ସମ୍ପର୍କୀୟ । ଏହାକୁ ନେଇ ବିଳମ୍ବିତ ରାତି ପର୍ୟ୍ୟନ୍ତ ମେଡିକାଲରେ ଉତ୍ତେଜନା ଲାଗିରହିଥିଲା । ହସପିଟାଲର ସିକ୍ୟୁରିଟି ଗାର୍ଡ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ ।