ଇସ୍ତଫା ଦେଲେ ଆତିଶୀ ମାର୍ଲେନା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ଇସ୍ତଫା ଦେଲେ ଆତିଶୀ ମାର୍ଲେନା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା । ଉପରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନରେ ହାରିବା ପରେ ଦେଲେ ଇସ୍ତଫା । ୭୦ରୁ ୪୮ ଆସନରେ ବାଜିମାତ୍ କରିଛି ବିଜେପି । ଆମ୍‌ ଆଦମି ପାର୍ଟିକୁ ୨୨ ସିଟ୍‌ ମିଳିଛି। ଦିଲ୍ଲୀ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି । ତେବେ ବିଜେପି ପକ୍ଷରୁ ଏପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କିଛି ଘୋଷଣା କରାଯାଇଛି । ଆଜି ସନ୍ଧ୍ୟାରେ ଦିଲ୍ଳୀ ବିଜେପି ଅଧ୍ୟକ୍ଷ ସମସ୍ତ ଜିତିଥିବା ବିଧାୟକଙ୍କୁ ସାକ୍ଷାତ କରିବେ । ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଶପଥ ଉତ୍ସବ କାର୍ୟ୍ୟକ୍ରମ ହେବାର ସମ୍ଭାବନା ରହିଛି।