ବନ୍ଧା ହେଲେ ଦିଲେଶ୍ବର ମାଝୀ
ବନ୍ଧା ହେଲେ ଦିଲେଶ୍ବର ମାଝୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କୁ ଗିରଫ କରିଛି ଭିଜିଲାନସ । ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିରରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରାଯାଇଥିଲା । ସରକାରୀ ବାବୁଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନା । ଫ୍ଲାଷ୍ଟିକ ଡବା ଭିତରେ ପୁଳା ପୁଳା ସୁନା ଗହଣା ଥାକ ମାରି ରଖାଯାଇଥିଲା । ବ୍ରଜରାଜନଗର, ସମ୍ବଲପୁର ଓ ଝାରସୁଗୁଡ଼ାରେ ୯ଟି ପ୍ଲଟ ଠାବ ହୋଇଥିଲା । ବ୍ରଜରାଜନଗରରେ ରହିଛି ଗୋଟିଏ ମାର୍କେଟ କମ୍ପେକ୍ସ । ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ମଧ୍ୟ ଠାବ ହୋଇଥିଲା । ବେଡ୍ ତଳେ ଥିବା ସିକ୍ରେଟ ଚାମ୍ବରରୁ ମିଳିଥିଲା ୬ଲକ୍ଷ ୫୭ହଜାର ଟଙ୍କା ।
