କାଲି ବିଧାନସଭା ଶୀତକାଳୀନ ଅଧିବେଶନ

କେଉଁ ପ୍ରସଙ୍ଗ ଉଠାଇବେ ବିରୋଧୀ

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରିବେ ବିରୋଧୀ ଆଉ ଯାହାକୁ କାଉଣ୍ଟର କରିବାକୁ ଶାସକ ବିଜେଡି ବି ବେଶ୍ ତୟାରି ଥିବା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ଗୃହରେ ବିରୋଧୀଙ୍କ ନାରାବାଜି ହାଲ୍ଲାବୋଲ୍ ପାଇଁ ଅଚଳ ରହେ ଗୃହ। ତେଣୁ ଏହି ଶୀତକାଳୀନ ଅଧିବେଶନ କିପରି ସୁରୁଖୁରୁରେ ହେବ ତାକୁ ନେଇ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟା ୩୦ ମିନିଟରେ ବୈଠକ ଅନୁଷ୍ଠିତ ହେବ ।

ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । ନଭେମ୍ବର ୨୧ରୁ ଡିସେମ୍ବର ୩୦ ତାରିଖ ଯାଏ ବସିବାକୁ ଥିବା ଅଧିବେଶରେ ୩୦ଟି କାର୍ଯ୍ୟଦିବସ ରହିଛି । ସମସ୍ତଙ୍କ ସହଯୋଗରେ ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ ଗୃହ ଚଳାଇବା ପାଇଁ ବୈଠକରେ ଆଲୋଚନା ହେବ । ତେବେ ଦେଖିବାକୁ ବାକି ରହିଲା କେଉଁ ପ୍ରସଙ୍ଗ ଗୃହରେ ବିରୋଧୀଙ୍କ ମୂଦ୍ଦା ସାଜିବ ଆଉ ଏହାର ଜବାବ ଶାସକ ବିଜେଡି ପାଖରେ କଣ ରହିଛି।