କଲେଜ ନିର୍ବାଚନ ପ୍ରସଙ୍ଗ ଉଠାଇ କଂଗ୍ରେସର ହୋହଲ୍ଲା

ଆରମ୍ଭରୁ ହଟ୍ଟଗୋଳ, ୧୧. ୪୧ ଯାଏଁ ଗୃହ ମୁଲତବି

ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା । ଆରମ୍ଭରୁ କଲେଜ ନିର୍ବାଚନ ପ୍ରସଙ୍ଗ ଉଠିଥିଲା । ବିରୋଧୀଙ୍କ ହଟ୍ଟେଗୋଳ ଯୋଗୁଁ ୧୧. ୪୧ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ତେବେ ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ। ପୋଲାଭରମ, ଭତ୍ତା, ରାଜ୍ୟପାଳ ଙ୍କ ପୁଅଙ୍କ ମାଡ ପ୍ରସଙ୍ଗ, ଭୂତ ରାସନ କାର୍ଡ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ। ଏହାସହ କେନ୍ଦ୍ରୀୟ ଅନୁଦାନ ଦେବାରେ ଟାଳଟୁଳ ନୀତି ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରସଙ୍ଗ କରିବେ ବିରୋଧୀ। ଅନ୍ୟପଟେ ମୋହନ ସରକାରଙ୍କର ଦୁଇ ମାସର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବଖାଣିବ ଶାସକ ଦଳ। 21 ତାରିଖ ଠାରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ପଞ୍ଚାୟତିରାଜ ଓ ପାନୀୟ ଜଳ,ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ ଉପରେ ପ୍ରଶ୍ନ କାଳରେ ଆଲୋଚନା ହେବାର ଥିଲା। କିନ୍ତୁ ଗୃହ ଆରମ୍ଭରୁ ହିଁ ହଟ୍ଟଗୋଳ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *