ହାଇକୋର୍ଟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲା

ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ

ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲା । ଦାୟର ହୋଇଥିବା ରିଭ୍ୟୁ ପିଟିସନ ଖାରଜ କରିଛନ୍ତି ହାଇକୋର୍ଟ ।। ପୂର୍ବ ରାୟର ପୁନର୍ବିଚାର ପାଇଁ ଦାୟର ହୋଇଥିବା ପିଟିସନକୁ ଖାରଜ ସହ ପୂର୍ବ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।
ଉକ୍ତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ଓଡ଼ିଶା ଉଚ୍ଚନ୍ୟାୟାଳୟ। ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ ରାୟ ସଂରକ୍ଷିତ ରହିଥିଲା। ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା। ଉଲ୍ଲେଖେଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସ୍ ସି ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ।