ଶ୍ରୀମନ୍ଦିର ଭିତର ଫଟୋ ଅପଲୋଡ୍ ପରେ ଡିଲିଟ୍ କଲା ଏଏସ୍ଆଇ

ଏଏସଆଇ ଅପଲୋଡ କଲା ଶ୍ରୀମନ୍ଦିର ଭିତର ଫଟୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ ହୋଇଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କେତକ ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା। ଏହି ଫଟୋ ମଧ୍ୟରେ ଶ୍ରୀମନ୍ଦିର ପାଟଅଗଣା ସହ ରତ୍ନଭଣ୍ଡାର ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏହି ଫଟୋ ମାନଙ୍କରେ ଭୋଗମଣ୍ଡପ ଦ୍ବାର,,ସାତପାହାଚ,,ଘଣ୍ଟିଦ୍ଵାର ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଏଏସଆଇ ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଭିତର ବେଢାର ଫଟୋ ପୋଷ୍ଟ କରିବାକୁ ନେଇ ବିଭିନ୍ନ ମହଲରୁ ନାପସନ୍ଦ କରାଯାଇଛି। ତେବେ ବର୍ତ୍ତମାନ ଏହି ଫଟୋ ଗୁଡିକ ଡିଲିଟ୍ ହୋଇଥିବା ଜଣାପଡିଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ,, କ୍ୟାମେରା ନେଇ ଭିତର ବେଢାର ଫଟୋ ଉଠାଇବା ଉପରେ ପ୍ରତିବନ୍ଧକ ଥିବାବେଳେ ଏଏସଆଇ କିଭଳି ଭିତର ବେଢାର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲେ ସେନେଇ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି।