ପୁରୁଷ ବନ୍ଧୁଙ୍କ ସହ ଝଗଡା କରି ନେଲେ ଚରମ ନିଷ୍ପତ୍ତି !
ଯିଏ ପ୍ରତ୍ଯେକ ସମୟରେ ହଜାର ହଜାର ଆତ୍ମହତ୍ୟା କେସର ସମାଧାନ କରନ୍ତି ସେ ନିଜେ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ତାହା ପୁଣି ପୁରୁଷ ବନ୍ଧୁଙ୍କ ପାଇଁ । ବିଷ ପିଇଲେ ପୁଲିସ ଏସଆଇ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସଇଁତଲା ଅଞ୍ଚଳରେ । ସଇଁତଳା ଥାନାର ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟରେ ଚର୍ଚ୍ଚା ଜୋର ଧରୁଥିବା ବେଳେ ପୋଲିସ ପକ୍ଷରୁ ମିଳିନି କୌଣସି ପ୍ରତିକ୍ରିୟା ।
ସୂଚନା ଅନୁସାରେ ସଇଁତଳା ଗୋପବନ୍ଧୁନଗର ସ୍ଥିତ ଭଡା ଘରେ କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ହଠାତ ମଶାମରା ତେଲ ପିଇ ଦେଇଥିଲେ। କିଛି ପୁଲିସ କର୍ମଚାରୀ ପହଞ୍ଚି କାଜଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସୂଚନା ଅନୁସାରେ ପୁରୁଷ ବନ୍ଧୁଙ୍କ ସହ ଫୋନର ତାଙ୍କର ଝଗଡ଼ା ହୋଇଥିଲା । ଆଉ ତାପରେ ବିଷ ପିଇ ଦେଇଥିଲେ କାଜଲ ।