ଆଜି ଓଡ଼ିଶା ଆସିବେ ହିମନ୍ତ ବିଶ୍ୱଶର୍ମା

୨ଦିନରେ ୮ସ୍ଥାନରେ ପ୍ରଚାର କରିବେ ହିମନ୍ତ

ଶେଷ ପର୍ୟ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ । ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା । ଆସନ୍ତାକାଲି ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ହିମନ୍ତଙ୍କ ଜନସଭା କାର୍ୟ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ବାସୁଦେବପୁର, ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ ଶୋରେ ସାମିଲ ହେବେ । ଆଜି ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଭା ରହିଛି ।