ବଜ୍ରକାପ୍ତା ଚାଲାଣ ବେଳେ ମାଡି ବସିଲା ବନବିଭାଗ

ବନବିଭାଗ କବ୍ଜାରେ ୮ ଶିକାରୀ

ପୁଣି ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ । ପୋଲିସ ଆଖିରେ ଧୁଳି ଦେଇ ଦିନ ଦ୍ଵିପ୍ରହରରେ କରୁଛନ୍ତି ବନ୍ୟଜନ୍ତୁ ଚୋରାଚାଲାଣ । ଲୁଟେରା ଯେତେ ଚାଲାଖ ହେଉ ନା କାହିଁକି ସେମାନକୁ ଧରିବାକୁ ବିଛା ହୋଇଥାଏ ଆଇନର ଇନ୍ଦ୍ରଜାଲ । ତେବେ ଏହି ଜାଲରେ ଛନ୍ଦି ହୋଇଛନ୍ତି ୮ଜଣ । ଝାଡ଼ଖଣ୍ଡରୁ ରାଇରଙ୍ଗପୁର ଚାଲାଣ ହେଉଥିଲା ବଜ୍ରକାପ୍ତା। କୌଣସି ଏକ ସୂତ୍ରରୁ ଖାବର ପାଇଲା ବନବିଭାଗ । ଆଉ ସେମାନଙ୍କୁ ଧରିବାକୁ ଆରମ୍ଭ ହେଲା ଷ୍ଟିଙ୍ଗ ଅପରେସନ ।

ଅଧାବାଟରେ ମାଡି ବଇଲ ବନ ବିଭାଗ। ବଜ୍ରକାପ୍ତା ଚୋରାଚାଲାଣରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଲେଖାଏଁ ବୁଲେଟ ଓ ସ୍କୁଟି ସହ ୮ଟି ମୋବାଇଲ ଜବତ ହୋଇଛି। ଶିମିଳିପାଳ ସାଉଥ ଡିଭିଜନ ଓ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିବା ସୂଚନା ରହିଛି ।

ଗିରଫ ଅଭିଯୁକ୍ତ ମଧ୍ୟରେ ରାଇରଙ୍ଗପୁର ଏବଂ ଝାଡାଖଣ୍ଡ ଅଞ୍ଚଳର ବ୍ୟକ୍ତିମାନେ ଥିବା ସୂଚନା ରହିଛି , ତେବେ ବେପାରୀଙ୍କୁ ଧରିବାରେ ସକ୍ଷମ ହେଲା ବନବିଭାଗ କିନ୍ତୁ କିଏ ସେହି ଗରାଖ ଓ ତାଙ୍କୁ ଧରିବାରେ ସଫଳ ହେବ କି ବନ ବିଭାଗ ତାକୁ ନେଇ ଏବେବି ରହିଛି ପ୍ରଶ୍ନବାଚୀ।