ବିଧାୟକ ପଦ ରଦ୍ଦ ଘଟଣା, କୋର୍ଟଙ୍କ ଦ୍ୱାରସ୍ଥ ହେବେ ଅରବିନ୍ଦ

କୋର୍ଟ ଯିବେ ଅରବିନ୍ଦ ଢାଲି

ବିଧାୟକ ପଦ ରଦ୍ଦ ଘଟଣା । କୋର୍ଟଙ୍କ ଦ୍ୱାରସ୍ଥ ହେବେ ଅରବିନ୍ଦ ଢାଲି । ତାଙ୍କ ବିରୋଧରେ ଏହା ଏକ ଏକପାଖିଆ ନିଷ୍ପତ୍ତି ବୋଲି କହିଛନ୍ତି ବିଜେପି ନେତା ଅରବିନ୍ଦ ଢାଲି। ଜାଣିଶୁଣି ତାଙ୍କର ବିଧାନସଭା ପଦକୁ ରଦ୍ଦ କରାଯାଇଛି। ଯେଉଁମାନେ ବିଜେଡିରୁ ବିଜେପିକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି। ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ। କିଛି ଦିନ ପୂର୍ବରୁ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଛି। ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ। ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏପର୍ୟ୍ୟନ୍ତ ବିଜେପି ପ୍ରେମାନନ୍ଦଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରିନାହିଁ।