ହାରିଲେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ
ହାରିଲେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ। ନୂଆ ଦିଲ୍ଳୀ ସିଟ୍ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ସିଟ୍ ରୁ ବିଜେପି ପ୍ରାର୍ଥି ପରବେଶ ବର୍ମା ବିଜୟ ଲାଭ କରିଛନ୍ତି । ସେହିପରି ବିଜେପିରତରବିନ୍ଦର ସିଂ ମାରବାହ ଓ କଂଗ୍ରେସର ଫରହାଦ ସୁରି । ଏହି ଆସନରେ ବିଜେପିର ତରବିନ୍ଦର ସିଂ ମାରଓ୍ବା ବିଜୟୀ ହୋଇଛନ୍ତି । ପ୍ରଥମଥର ପାଇଁ ଏହି ଆସନରୁ ମନୀଷ ସିସୋଦିଆ ପ୍ରାର୍ଥୀ ହୋଇଥିଲେ । ସିସୋଦିଆ ପାଟପରଗଞ୍ଜ ଆସନରୁ ଦୁଇଥର ବିଧାୟକ ଥିଲେ। ୨୦୨୦ ମସିହାରେ, ସେ ବହୁତ କମ ଭୋଟରେ ଜିତିଥିଲେ। ଏଥର ଦଳ ତାଙ୍କୁ ଜଙ୍ଗପୁରାରୁ ଟିକେଟ ଦେଇଥିଲା। ଏବେ ସେ ଏଠାରେ ମଧ୍ୟ ପରାଜୟର ସାମ୍ନା କରିଛନ୍ତି। ବିଧାନସଭା ର୍ନିବାଚନରେ ପରାଜୟ ଉପରେ ମନୀଷ ସିସୋଦିଆ କହିଛନ୍ତି ଯେ ଆମେ ସମସ୍ତ କର୍ମୀ ଏକାଠି ଜଙ୍ଗପୁରା ବିଧାନସଭା ର୍ନିବାଚନ ଲଢ଼ିଥିଲୁ। ଆମେ 600ଭୋଟରେ ପଛରେ ରହିଲୁ। ମୁଁ ବିଜୟୀ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଉଛି।
