୫ ବର୍ଷ ମଧ୍ୟରେ ରାଜଧାନୀରେ ଦୂର ହେବ ବେକାରି ସମସ୍ୟା
ଯୁବକଙ୍କ ପାଇଁ କେଜ୍ରିୱାଲଙ୍କ ବଡ ଘୋଷଣା । ୫ ବର୍ଷ ମଧ୍ୟରେ ରାଜଧାନୀରେ ଦୂର ହେବ ବେକାରି ସମସ୍ୟା । ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋରସୋରରେ ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଆସନ୍ତା ୫ ବର୍ଷ ମଧ୍ୟରେ ରାଜଧାନୀରେ ବେକାରି ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ଭିଡିଓ ବାର୍ତ୍ତାରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯୁବବର୍ଗଙ୍କୁ ରୋଜଗାର ଯୋଗାଇବା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ। ବେକାରୀ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି ।ସେ କହିଛନ୍ତି- କରୋନା କାଳରେ ବେରୋଜଗାରୀ ବଢିଥିଲା। ତଥାପି ଦିଲ୍ଲୀ ସରକାର ୧୨ ଲକ୍ଷ ଲୋକଙ୍କୁ ଚାକିରି ଦେଇଥିଲେ। ପଞ୍ଜାବରେ ଶିକ୍ଷା ଓ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଇଛି। ଦିଲ୍ଲୀର ବିଭିନ୍ନ କ୍ଷେତ୍ରରେ ଐତିହାସିକ ସଫଳତା ହାସଲ ହୋଇଛି ବୋଲି କହିଛନ୍ତି କେଜରିୱାଲ। ତେଣେ ଆପର ପ୍ରଚାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ପଞ୍ଜାବ ମୁଖ୍ଯମନ୍ତ୍ରୀ ଭଗବନ୍ତ ମାନ୍।
