ନାମାଙ୍କନ ଦାଖଲ କଲେ ଅରବିନ୍ଦ କେଜ୍ରିୱାଲ

ନାମାଙ୍କନ ଦାଖଲ କଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଅରବିନ୍ଦ କେଜ୍ରିୱାଲ। ଆମ ଆଦମୀ ପାର୍ଟିର ମୁଖ୍ୟ ତା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାମାଙ୍କନ ଦାଖଲ କରିବା ପୂର୍ବରୁ ବିଶାଳ ରୋଡ ଶୋ କରିଛନ୍ତି । ତେବେ ବୁଧବାର ସକାଳୁ ମନ୍ଦିରରେ ପହଁଚି ଆର୍ଶୀବାଦ ଭିକ୍ଷା କରିବା ସହ ଦଳୀୟକର୍ମୀଙ୍କ ସହ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ନୂଆ ଦିଲ୍ଲୀ ଆସନରୁ ଏଥରକ ଲଢ଼ୁଛନ୍ତି କେଜ୍ରିୱାଲ । ଦୀର୍ଘ ବର୍ଷ ଧରି ଦିଲ୍ଲୀକୁ କବଜା କରି ରଖିଥିଲା କଂଗ୍ରେସ । କିନ୍ତୁ ୨୭ ହେବ ଦୂରରେ ରହିଛି ବିଜେପି ।ଏହା ଭିତରେ କ୍ରମାଗତ ୩ଥର ହେବ ଏଠାରେ ଶାସନ କ୍ଷମତା ବଜାର ରଖିବାରେ ସଫଳ ହେଉଛି ଆମ ଆଦମୀ ପାର୍ଟି ।