ଅରିବିନ୍ଦ କେଜ୍ରିଓ୍ବାଲଙ୍କ ବଡ଼ ଘୋଷଣା

‘ମନୀଷ ସିସୋଦିଆ ହେବେ ଉପ-ମୁଖ୍ୟମନ୍ତ୍ରୀ’

ଅରିବିନ୍ଦ କେଜ୍ରିଓ୍ବାଲଙ୍କ ବଡ଼ ଘୋଷଣା। ମନୀଷ ସିସୋଦିଆ ହେବେ ଉପ-ମୁଖ୍ୟମନ୍ତ୍ରୀ। ଯଦି ଦିଲ୍ଲୀରେ ଆପର ନୂଆ ସରକାର ହୁଏ ତେବେ ସିସୋଦିଆ ଡେପୁଟି ସିଏମ ହେବେ । ଜଙ୍ଗପୁରାରେ ପ୍ରଚାର ସମୟରେ ଏଭଳି କହିଛନ୍ତି କେଜ୍ରିଓ୍ବାଲ। ସେ କହିଛନ୍ତି ମନୀଷ ସିସୋଦିଆ ମୋ ସେନାପତି, ମୋ ଛୋଟ ଭାଇ ଆଉ ମୋ ପ୍ରିୟ ଲୋକ । ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସରକାର ହେବାକୁ ଯାଉଛି । ଦଳର ୨/୪ଟା ସିଟ କମ ଆସିବ ହେଲେ ଆମ ଆଦମୀ ପାର୍ଟି ହିଁ ସରକାର ଗଢିବ । ଆଉ ଏହି ସରକାରରେ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ହେବେ । ଯଦି ଆପଣଙ୍କ ବିଧାୟକ ଉପମୁଖ୍ୟମନ୍ତ୍ରୀ ହେବେ ତେବେ ସବୁ ଅଧିକାରୀ ଆପଣଙ୍କ କାମ ଫୋନରେ ହିଁ କରିଦେବେ । ସେ ଆହୁରି କହିଥିଲେ କି, ଯେଉଁ ଲୋକ ବିଜୁଳି ବିଲ ଶୂନ ଚାହୁଁଛନ୍ତି ସେମାନେ ଆମ ଆଦମୀ ପାର୍ଟିକୁ ଭୋଟ ଦିଅନ୍ତୁ ଆଉ ଯେଉଁ ଲୋକ ମୋଟା ଅଙ୍କର ବିଜୁଳି ବିଲ ଚାହୁଁଛନ୍ତି ସେମାନେ ବିଜେପିକୁ ଭୋଟ ଦିଅନ୍ତୁ । ବିଜେପି କହୁଛି ତାଙ୍କ ସରକାର ଆସିଲେ ସେମାନେ ବିଜୁଳି ବିଲରେ ସବସିଡି ଶେଷ କରିଦେବେ । ବିଜେପି ମାଗଣା ବିଲର ବିରୋଧରେ ଅଛନ୍ତି । କେଜ୍ରିଓ୍ବାଲ କହିଛନ୍ତି କି, ମୁଁ ସିସୋଦିଆଙ୍କୁ ଆପଣମାନଙ୍କୁ ଦେଇଦେଉଛି ଆଉ ତାଙ୍କୁ କହିଛି ଜଙ୍ଗପୁରାର ବିକାଶ ୧୦ ଗୁଣା ଅଧିକ କରିବେ ।