ଜମ୍ମୁକାଶ୍ମୀର କଠୁୱାରେ ସେନା କ୍ୟାମ୍ପ ଉପରେ ଆକ୍ରମଣ
ସେନା କ୍ୟାମ୍ପରେ ଆତଙ୍କୀ ହାମଲା । ଜମ୍ମୁକାଶ୍ମୀର କଠୁୱାରେ ସେନା କ୍ୟାମ୍ପ ଉପରେ ଆକ୍ରମଣ । ବିଳମ୍ବିତ ରାତିରେ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସୂଚନା । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଦେଖିବାକୁ ମିଳିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ କଡା ଜବାବ ଦିଆଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆସନ୍ତାକାଲି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରରେ ବଡ଼ ଆତଙ୍କୀ ହମଲା ଦେଖିବାକୁ ମିଳିଛି । ସାଧାରାଣତନ୍ତ୍ର ଦିବସ ପାଇଁ ଜମ୍ମୁ-କାଶ୍ମୀରରେ କଡା ଚେକିଂ, କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ବି ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ସର୍ଚ୍ଚ ଅପରେସନରେ ଗୋଟେ ହାତ ଗୋଳା, ଗୋଟିଏ ୟୁବିଜିଏଲ୍, ଗୋଟିଏ ଇଲେକ୍ଟ୍ରିକ୍ ଡିଟୋନେଟର୍, ଗୋଟିଏ ପିସ୍ତଲ, ଗୋଟେ ପିସ୍ତଲ ରାଉଣ୍ଡ, ଆଇଇଡି ଟ୍ରିଗରିଂ ଉପକରଣ ସହ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଛାନଭିନ୍ କରୁଥିବା ଏକ ପାକିସ୍ତାନୀ ଡ୍ରୋନକୁ ବି ଫାଏରିଂ କରି ଖସାଇଦେଇଛି ଭାରତୀୟ ସେନା ।
