ଭରତପୁର ଘଟଣାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଲେ ଡିସିପି

କିଏ କହୁଛି ସତ, ପୀଡ଼ିତା ନା ଡିସିପି?

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା । ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ଉକ୍ତିକୁ ନେଇ ଉଠିଲା ପ୍ରଶ୍ନ । ପୀଡ଼ିତାଙ୍କ କଥା ଠିକ୍‌ ନା ଡିସିପିଙ୍କ କଥା ଠିକ୍‌ ତାକୁ ନେଇ ଉଠିଲା ପ୍ରଶ୍ନ । କାଲି ପୀଡ଼ିତା କହିଥିଲେ ଯେ ତାଙ୍କୁ ଥାନାରେ ଏକାଧିକ ପୋଲିସ ପିଟିଥିଲେ । ଘୋଷାଡ଼ି ମାଡ଼ ମାରିବା ସହ ତାଙ୍କୁ ଯୌନ ନିର୍ଯାତନା ବି ଦେଇଥିଲେ । ଥାନା ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ପୀଡ଼ିତା । ତେବେ ପୀଡ଼ିତାଙ୍କ ମନ୍ତବ୍ୟ ପରେ ଏବେ ଡିସିପିଙ୍କ କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି । ANIକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ବାନ୍ଧବୀଙ୍କୁ ଦୋଷାରୋପ କରିଥିଲେ । ଥାନାରେ ପହଞ୍ଚି ଉଭୟ ହଙ୍ଗାମା କରିଥିବା, ଦୁର୍ବ୍ୟବହାର କରିଥିବା କହିଥିଲେ ଭୁବନେଶ୍ୱର ଡିସିପି । ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଗାଳି ମଧ୍ୟ କରିଥିଲେ। ଦେଖିଲେ ଲାଗୁଥିଲା ଯୁବତୀ ଜଣକ ନିଶାଗ୍ରସ୍ତ ଅଛନ୍ତି ବୋଲି ଡିସିପି କହିଥିଲେ ।ସେ ଆହୁରି କହିଥିଲେ ଯେ, ଯୁବତୀ ଜଣକ ଜଣେ ମହିଳା ଅଫିସରଙ୍କୁ ଚାପୁଡ଼ା ମାରିବା ସହ ଅନ୍ୟ ଜଣକୁ କାମୁଡ଼ିଥିଲେ। ଆଇଆଇସି ଆସିଲା ପରେ ତାଙ୍କୁ ବି ସେ ଦୁର୍ବ୍ୟବହାର କରିଥିଲେ । ଡ୍ୟୁଟିରେ ଥିବା ବେଳେ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିବାବେଳେ ସ୍ଥାନୀୟ ମିଡିଆରେ କାହିଁକି ଡିସିପି ମୁହଁ ଖୋଲୁନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *