ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ୍

ଏବେବି ଗୋଟିଏ କେସରେ ମିଳିନି ଜାମିନ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ହନିଟ୍ରାପ୍ ମାମଲାରେ ମିଳିଲା ଜାମିନ୍ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି । ଖାଲି ଜାମିନ ନୁହେଁ ଏହା ସହ କୀଚଚି ସର୍ତ୍ତ ରଖିଛନ୍ତି କୋର୍ଟ । ତଦନ୍ତରେ ସହଯୋଗ କରିବାକୁ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ହୋଇଛି । ମାମଲା ସମ୍ପର୍କରେ ବାହାରେ କୌଣସି ପ୍ରତିକ୍ରିୟା ରଖିବା ଉପରେ କୋର୍ଟ ଅଙ୍କୁଶ ଲଗାଇଛନ୍ତି ଏବଂ ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ମଧ୍ୟ ଯୋଗାଯୋଗ ନକରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।

ତେବେ ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ବିରୋଧରେ ହୋଇଥିବା ମୋଟ ୩ଟି ମାମଲାରୁ ଏହାକୁ ମିଶାଇ ୨ଟିରେ ଜାମିନ ମିଳିଛି। ଗୋଟିଏ ମାମଲା ବିଚାରଧୀନ ଥିବାରୁ ଏବେବି ଜେଲ୍‌ରୁ ମୁକୁଳି ପାରିବେନି ଅର୍ଚ୍ଚନା । ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଏବେ କେବଳ ଇଡି ମାମଲାରେ ଜାମିନ ପାଇନାହାନ୍ତି ଅର୍ଚ୍ଚନା। ଇଡ଼ି ମାମଲାରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁ ରହିଛି । ଆସନ୍ତା ୯ ତାରିଖରେ ଜଗବନ୍ଧୁଙ୍କ ଜାମିନ ନେଇ ଶୁଣାଣି ହେବାକୁ ଥିବା ବେଳେ ପରବର୍ତ୍ତୀ ୧୬ ତାରିଖରେ ଏହି ମାମଲାର ଶୁଣାଣି ହେବାର ତାରିଖ ଧାର୍ଯ୍ୟ ହୋଇଛି । ତିନୋଟି ମାମଲାରୁ ଏବେ ଦୁଇଟିରେ ବେଲ ପାଇଲେ ଅର୍ଚ୍ଚନା ।