ଓଡ଼ିଶାକୁ କେନ୍ଦ୍ର କ୍ୟାବିନେଟ୍‌ର ଭେଟି

ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ମଞ୍ଜୁରୀ

‘ନୂଆଖାଇ’ ପାଖେଇ ଆସୁଥିବା ବେଳେ କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କୁ ୨ଟି ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ୨ଟି ନୂଆ‌ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଦେଇ ଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବରଗଡ-ନୂଆପଡା ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି । ୧୩୮କିଲୋମିଟର ଟ୍ରାକ ପାଇଁ ଖର୍ଚ୍ଚ ହେବ ୨,୯୨୬ ଟଙ୍କା । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ଛତିଶଗଡ ଭାଲମୋଡା ଯାଏ ରେଳଲାଇନକୁ ମଧ୍ୟ ଅନୁମୋଦନ ମିଳିଛି । ୩୭ କିଲୋମିଟରର ଏହି ଡବଲ ଲାଇନ ପାଇଁ ୧,୩୬୨ କୋଟି ଟଙ୍କା ଖର୍ଚ୍ଚ ହେବ । ଆଦିବାସୀ ଅଞ୍ଚଳରେ ଟ୍ରେନ ଚାଲିଲେ ଲୋକେ ଉପକୃତ ହେବେ । ଏହି ନୂଆ ରେଳ ପ୍ରକଳ୍ପ ଓଡ଼ିଶା ପରିବହନକୁ ନୂଆ ଦିଶା ଦେବ ।