ଉଚ୍ଚସ୍ତରୀୟ ବୈଠକରେ ୧୨ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ

ରାଜ୍ୟରେ ଏକ ଲକ୍ଷ ୪୧ କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ

ରାଜ୍ୟରେ ଏକଲକ୍ଷ ୪୧ କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ। ହାଇ ଲେଭର କ୍ଲିୟରାନସ ଅଥରିଟିରେ ୧୨ଟି ବୃହତ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ରସାୟନ, ସବୁଜଶକ୍ତି, ଆଲୁମିନିୟମ ଓ ଷ୍ଟିଲ ଏବଂ ବିଦ୍ୟୁତ କ୍ଷେତ୍ରର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସୁନ୍ଦରଗଡ଼ ଠାରେ ରସାୟନ କ୍ଷେତ୍ରରେ କୋଇଲା- ରସାୟନ ପ୍ରକଳ୍ପ କରିବ ଅଦାନୀ ଏଣ୍ଟରପ୍ରାଇଜର୍ସ ଲିମିଟେଡ । ଏଥିପାଇଁ ଖର୍ଚ୍ଚ କରିବ ୮୪ ହଜାର କୋଟି। ଅନୁଗୁଳ ଠାରେ ଶକ୍ତି ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ ନିର୍ମାଣ କରିବ ଜିନ୍ଦଲ।

ଅଲ୍ଟ୍ରା ସୁପରକ୍ରିଟିକାଲ୍ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ବିନିଯୋଗ ହେବ ୧୪ହଜାର ୮ଶହ କୋଟି। ସେହିପରି ସମ୍ବଲପୁର ଠାରେ ହିଣ୍ଡାଲକୋ ଆଲୁମିନିୟମ ଶିଳ୍ପରେ ୧୦ହଜାର ୫୧୭ କୋଟି ନିବେଶ କରିବ। କେନ୍ଦ୍ରାପଡ଼ାରେ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ପ୍ରକଳ୍ପରେ ନିବେଶ ହେବ ୧୨ହଜାର ୪୨୨କୋଟି। ସବୁଜ ମିଥାନଲ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବ ACME Akshay Energy Pvt. Ltd। ଏହି ୧୨ଟି ବୃହତ ପ୍ରକଳ୍ପ ଦ୍ବାରା ୪୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *