ସୁଭଦ୍ରା ଯୋଜନା ୨ ହଜାର ଆବେଦନ ଖାରଜ

୨ ହଜାର ମହିଳାଙ୍କ ଆବେଦନ ଖାରଜ

ସୁଭଦ୍ରା ଯୋଜନା ୨ ହଜାର ଆବେଦନ ଖାରଜ। ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। କାଲି ରାତି ସୁଦ୍ଧା ୯୭ ହଜାର ହିତାଧିକାରୀଙ୍କ ଆବେଦନ ପେଣ୍ଡିଙ୍ଗ ଥିଲା । ଆଜିର ରିପୋର୍ଟ ଅନୁସାରେ ଶତପ୍ରତିଶତ ଆବେଦନ କ୍ଲିୟର ହୋଇଛି। କେବଳ ଆକାଉଣ୍ଟ ଭୁଲ୍ ଭଟକା ଯୋଗୁଁ ୨ ହଜାର ରିଜେକ୍ଟ ହୋଇଥାଇପାରେ ବୋଲି ସେ କହିଛନ୍ତି। ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଆବେଦନ କରିବେ, ସମସ୍ତେ ଟଙ୍କା ପାଇବେ ବୋଲି ପ୍ରଭାତୀ କହିଛନ୍ତି। ସୁଭଦ୍ରା ଟଙ୍କା ମିଳିବ ମିଳିବ ବୋଲି ଶୁଣୁଥିଲେ । ଟଙ୍କା କେବେ ଆସିବ, ଚାତକ ଭଳି ଚାହିଁଥିଲେ । ସେ ପ୍ରତୀକ୍ଷାର ଗତକାଲି ଅବସାନ ଘଟିଲା । ଗୋଟିଏ ପଟେ ମୋଦି ସ୍ୱିଚ୍ ଟିପି ସୁଭଦ୍ରା କିସ୍ତି ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡ଼ିଲେ, ଅନ୍ୟପଟେ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଲା । କିଏ ମୋଦିଙ୍କ ସଭାକୁ ଆସି ଟଙ୍କା ପାଇଛି ତ କିଏ ନିଜ ଘରେ ଥାଇ। ସୋରରୁ ଭୁବନେଶ୍ୱର, ଟିଟିଲାଗଡ଼ରୁ ଜୟପୁର। ସବୁଠି ଆକାଉଣ୍ଟକୁ ପ୍ରଥମ କିସ୍ତି ଆସିଥିବା ଜାଣି ହିତାଧିକାରୀ ବି ଖୁସ୍। ନାଚଗୀତରେ ବି ମାତିଗଲେଣି। କିଏ ଆଗରୁ ୧ ଟଙ୍କା ପାଇଥିଲା, ତେଣୁ ତା ଆକାଉଣ୍ଟକୁ ଆଜି ୪୯୯୯ ଟଙ୍କା ପହଞ୍ଚିଛି। ତ ପୁଣି କାହା ଖାତାକୁ ଆସିଛି ପୁରା ୫ ହଜାର ଟଙ୍କା।