ଅନୁଜ କୁମାର ଦାସପଟ୍ଟନାୟକ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ
ବଦଳିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ। ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ର ବରିଷ୍ଠ ଅଧିକାରୀ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ପିଏମ ପୋଷଣ ଏବଂ ଏମଏମ ପୋଷଣର ରାଜ୍ୟ ନୋଡାଲ ଅଫିସର ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦେଶକ ଭାବେ ବଦଳି କରାଯାଇଛି।
