ପୁଣି ଆଇଏଏସ ସ୍ତରରେ ଅଦଳବଦଳ

୪ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ

ପୁଣି ଆଇଏଏସ ସ୍ତରରେ ଅଦଳବଦଳ । ୪ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ। ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି । ସେ ମଧ୍ୟ ଗୃହ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ତଥା ଓଡ଼ିଶା ପଣ୍ୟାଗର ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେହିପରି ସମର୍ଥ ବର୍ମାଙ୍କୁ ଓଡ଼ିଶା ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ବିଜୟ କେତନ ଉପାଧ୍ୟାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଇବେ  ।ଆଇଏଏସ ଅଫିସର ଦୀପଙ୍କର ମହାପାତ୍ର ହକି ପ୍ରମୋସନ କାଉନସିଲର ସିଇଓ ଭାବେ ନିଯୁକ୍ତି ହୋଇଛନ୍ତି  । ସେହିପରି ୨୦୨୩ ବ୍ୟାଚର ୯ଜଣ ନୂଆ ଆଇଏଏସଙ୍କୁ ସବ କଲେକ୍ଟର ଭାବେ ପ୍ରଥମ ନିଯୁକ୍ତି ଦିଆଯାଇଛି ।