କଂଗ୍ରେସ, ବିଜେପି ସମେତ କୋରେଇ ସଂଗ୍ରାମ ସମିତି ପକ୍ଷରୁ ବିକ୍ଷୋଭ
ଯାଜପୁରରେ ଜୋର ଧରୁଛି ପାଣ୍ଡିଆନ ଗୋ ବ୍ୟାକ ଗୋ ବ୍ୟାକ ନାରା । ଯାଜପୁର ଜିଲ୍ଲା ବ୍ୟାସନଗରରେ ଆଜି 5ଟି ସଚିବ ଭି କେ ପାଣ୍ଡିଆନଙ୍କ ଦ୍ୱିତୀୟ ଦିନ ଗସ୍ତକୁ ବିରୋଧ କରିଛି କୋରାଇ କଂଗ୍ରେସ, କୋରାଇ ବିଜେପି ଏବଂ କୋରାଇ ସଂଗ୍ରାମ ସମିତି। ଶତାଧିକ କର୍ମୀ କଳା ବସ୍ତ୍ର ପରିଧାନ କରିବା ସହିତ ହାତରେ କଳା ପତାକା ଧରି ସଭାସ୍ଥଳ ଅଭିମୁଖେ ଯାଉଥିବାବେଳେ ଚୋରଦା କାଳୀ ମେଳଣ ପଡିଆ ଛକ ନିକଟରେ ଅଟକାଇଥିଲା ପୋଲିସ।
କିଛି ସମୟ ପର୍ଯ୍ୟନ୍ତ ଉଭୟ ଦଳର କର୍ମୀଙ୍କ ସହିତ ଘଟଣାସ୍ଥଳରେ ପୋଲିସର ଯୁକ୍ତିତର୍କ ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା।ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ ଆନ୍ଦୋଳନ କାରୀ।ଫଳରେ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ସେପଟେ ଏହାକୁ ନେଇ ବିରୋଧୀଙ୍କ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।