ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ
ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ । ମାଲକାନଗିରି ଜଳ ସମ୍ପଦ ବିଭାଗ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରୁ ରେଡ୍ ବେଳେ ମିଳିଲା ନଗଦ ଦେଢ଼ କୋଟି ଟଙ୍କା । ଜୟପୁରସ୍ଥିତ ଘର ଓ ମାଲକାନଗିରି MV-8ରେ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ପ୍ରକଳ୍ପ ନିର୍ଦ୍ଦେଶକ, ସହକାରୀ ଯନ୍ତ୍ରୀ, କିରାଣି ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ଘରେ ବି ରେଡ୍ ହେଉଛି । ଶାନ୍ତନୁ ମହାପାତ୍ରଙ୍କ ଜୟପୁର ପାଓ୍ବାର ହାଉସ୍ ଘର ସମେତ ଅନ୍ୟ ସ୍ଥାନରେ ବି ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱରର ସମେତ ୮ଟି ସ୍ଥାନରେ ରେଡ୍ ଜାରି ରହିଛି ।
