ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା
ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା । ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା ଦାୟର କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ଦାଖଲ କରାଯାଇଛି । ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏହି ଏତଲା ଦିଆଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଗତକାଲି ବି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ହୋଇଥିଲା । ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିଲା । ଅନଲାଇନରେ ଏତଲା ଦେଇଥିଲେ ଆର୍ଟିଆଇ କର୍ମୀ ଜୟନ୍ତ ଦାସ। ଶ୍ରୀମନ୍ଦିର ଦାରୁ ଗୃହରୁ ଦାରୁ ଚୋରି ଅଭିଯୋଗ ନେଇ ଥାନାରେ ଏତଲା ହୋଇଥିଲା । ନବକଳେବର ପରଠୁ ରଖାଯାଇଥିବା ନିମକାଠ ସ୍ମଗଲିଂ ନେଇ ଏତଲାରେ ଉଲ୍ଲେଖ ରହିଛି । ତେବେ ଏ ନେଇ ସିଂହଦ୍ବାର ପୋଲିସର ପ୍ରତିକ୍ରିୟା ମିଳିନାହିଁ ।
