ଆଉ ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା
ତେଲେଙ୍ଗାନାରେ ଆଉ ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା । ଜଗତିଆଲ ଜିଲ୍ଲାରେ ବଡ଼ ଗାତ ତଳୁ ମିଳିଲା ୩ ଶହ କୁକୁରଙ୍କ ମୃତଦେହ । ଗାଁ ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ମରାଯାଇଥିବା ଅଭିଯୋଗ ହୋଇଛି । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶରେ କୁକୁର ମରାଯାଇଥିବା ସୂଚନା। ଗାଁକୁ କୁକୁର ମୁକ୍ତ କରିବାକୁ ପଞ୍ଚାୟତ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ। ସରପଞ୍ଚ ଓ ପଞ୍ଚାୟତ ସଚିବଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ପୂରା ରାଜ୍ୟରେ ମାସକରେ ପ୍ରାୟ ୯ ଶହ କୁକୁରଙ୍କୁ ମରାଯାଇଥିବା ସୂଚନା।
