ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ !

ମଇଁଷି ଚରାଉଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର !

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ପୁଣି ଯୁବକଙ୍କୁ ଟାଣି ଖାଇଲା କୁମ୍ଭୀର ! ଏଭଳି ଘଟଣା ଦେଖିବାକୁ ମିଳିଛି ରାଜନଗର ସ୍ଥିତ ବ୍ରାହ୍ମଣୀ ନଦୀ କୁଳରେ । ମଇଁଷି ଚରାଇବାକୁ ଯାଇଥିବା ବେଳେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି । ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ୨ ମାସ ମଧ୍ୟରେ ୪ଜଣଙ୍କୁ କୁମ୍ଭୀର ଟାଣି ନେଆଇଥିବା ବେଳେ ସ୍ଥାନୀୟ ଲୋକ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ଯୁବକ ଜଣକ ରାଜପୁର ଗାଁର ହୋଇଥିବା ସୂଚନା ପୁଣି ଥରେ ଏହି ଘଟଣା ପୁରା ଅଞ୍ଚଳରେ ଖେଳାଇଛି ଚାଞ୍ଚଲ୍ୟ ।