ଅଯୋଧ୍ୟାରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ

ଅଯୋଧ୍ୟାରୁ ଜଗନ୍ନାଥଧାମ ଆସିଲା ନିମନ୍ତ୍ରଣ

ମହାପ୍ରଭୁଙ୍କୁ ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । ଆସନ୍ତା ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏଥିପାଇଁ ସାରା ଦେଶରେ ନିମନ୍ତ୍ରଣ ପଠାଯାଉଛି । ଏହି ସମାରୋହ ପାଇଁ ଦେଶ ତଥା ବିଦେଶରୁ ପ୍ରାୟ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଅକ୍ଷତ କଳସ ଯାତ୍ରା ବାହାରିଛି । ଏହି କ୍ରମରେ ଓଡ଼ିଶାର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ବିଶ୍ୱ ହିନ୍ଦ ପରିଷଦ ପୁରୀ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା କରି ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଓ ଚାଉଳ ଗୁଆ ପ୍ରଦାନ କରାଯାଇଛି ।