ବସନ୍ତ ପଞ୍ଚମୀରେ ତୃତୀୟ ଅମୃତ ସ୍ନାନ
ଆଜି ମହାକୁମ୍ଭରେ ବସନ୍ତ ପଞ୍ଚମୀରେ ତୃତୀୟ ଅମୃତ ସ୍ନାନ। ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଭିଡ଼। ବସନ୍ତ ପଞ୍ଚମୀ ଅବସରରେ ତୃତୀୟ ଅମୃତ ସ୍ନାନ ସକାଳ ୫ଟାରୁ ଆରମ୍ଭ ହୋଇଛି। ୧୨ଟି ଆଖଡ଼ା ପକ୍ଷରୁ ଅମୃତ ସ୍ନାନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିଆଇପିଙ୍କ ପାସ ବାତିଲ କରାଯାଇଛି ।ମୁଖ୍ୟମନ୍ତ୍ରୀ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ପାର୍କିଂ ସ୍ଥାନ ବଢ଼ାଇବା ସହ ଶ୍ରଦ୍ଧାଳୁମାନଙ୍କ ଚାଲିବା ଯଥାସମ୍ଭବ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପବିତ୍ର ବୁଡ଼ ବେଳେ କୌଣସି ଭିଆଇପି ପ୍ରୋଟୋକଲ ରହିବ ନାହିଁ। ପ୍ରୟାଗରାଜ ଡିଭିଜନର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପୂର୍ଣ୍ଣ ସଜାଗ ରଖାଯାଇଛି।
ଏହି ଅବସରରେ ପ୍ରୟାଗରାଜର ବିଭିନ୍ନ ରେଳ ଷ୍ଟେସନରୁ ରେଳ ବିଭାଗ ପକ୍ଷରୁ ୪୦୦ରୁ ଅଧିକ ମହାକୁମ୍ଭ ମେଳା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ଏହା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ନିରବଚ୍ଛିନ୍ନ ଯାତ୍ରା ପ୍ରଦାନ କରିବ । ଏହା ପରେ ଫେବୃଆରୀ ୧୨ ମାଘ ପୂର୍ଣ୍ଣିମା ଏବଂ ୨୬ ତାରିଖ ମହାଶିବରାତ୍ରୀରେ ଆଉ ଦୁଇଟି ସ୍ବତନ୍ତ୍ର ସ୍ନାନ ଅନୁଷ୍ଠିତ ହେବ।
