ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡ଼ିଆ
ମିଳିଲା ମୃତ ମାଓବାଦୀଙ୍କ ପରିଚୟ । ୧୬ ଜଣଙ୍କ ମଧ୍ୟରୁ ଜଣେ ଓଡ଼ିଆ ଥିବା ସୂଚନା । ଛତିଶଗଡ଼ରେ ୧୬ ମୃତ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ଜଣଙ୍କ ପରିଚୟ ମିଳିଛି । ଏନକାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ । ଜଣେ ମାଓବାଦୀ କଟକ ନିଆଳିର ଆଲୋକ ଓରଫ ମୁନ୍ନା । ଆଉ ୨ ଜଣ ନୂଆପଡ଼ା ଓ କଳାହାଣ୍ଡିରେ ଛଦ୍ମବେଶରେ ରହୁଥିଲେ । ମୁନ୍ନା ନାଁରେ ୧୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଗରିଆବନ୍ଧ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଥିଲେ । ସେପଟେ ଛତିଶଗଡ ବିଜାପୁର ଜିଲ୍ଲାରେ ଏକ ବଡ ଅଘଟଣ ରୁ ଅଳ୍ପକେ ବର୍ତ୍ତିଲେ ସୁରକ୍ଷା କର୍ମୀ । ଯବାନଙ୍କୁ ଟାର୍ଗେଟ କରି ଏକ କଲଭଟ ତଳେ ପ୍ରାୟ ୫୦ କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ ଲଗାଇଥିଲେ ମାଓବାଦୀ । ଛତିଶଗଡ଼ ରେ ଆଗକୁ ନଗର ପାଳିକା ଓ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ଠିକ୍ ଏହା ପୂର୍ବରୁ ନକ୍ସଲ ମାନେ ଯବାନଙ୍କ ଗତି ବିଧି ଉପରେ ନଜର ରଖି ଏହି ଲ୍ୟାଣ୍ଡମାଇନ ପୋତି ଥିଲେ ।
