ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ । ଆସନ୍ତାକାଲି ଓଡ଼ିଶା ଆସିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ହେଲେ ତାଙ୍କ ଗସ୍ତ କାର୍ୟ୍ୟକ୍ରମ ବାତିଲ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ସାଂସଦ ରବି ନାରାୟଣ ବେହେରା। ପୂର୍ବତନ ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ ଦେଶ ଗୋଟିଏ ସପ୍ତାହ ପାଇଁ ଶୋକ ପାଳୁଛି ଯେଉଁଥିପାଇଁ ଅମିତ ଶାହଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । ଏହାକୁ ସମ୍ମାନ ଦେଇ ଗୃହମନ୍ତ୍ରୀ ତାଙ୍କ ଗସ୍ତ କାର୍ୟ୍ୟକ୍ରମ ବାତିଲ କରିଛନ୍ତି । ଆସନ୍ତାକାଲି ସେ ଓଡ଼ିଶା ଆସି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବାର ଥିଲା ।
